ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିରେ ଜଣ୍ଡିସ ଆତଙ୍କ, ଦୂଷିତ ଜଳ ପିଇ ୭ ଶିଶୁ ଆକ୍ରାନ୍ତ

ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିର ନାଣ୍ଡିପୁର ଗାଁରେ ଜଣ୍ଡିସ୍‌ ଆତଙ୍କ ଦେଖାଦେଇଛି । ଗାଁର ସାତ ଜଣ ଶିଶୁ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ବୟସ ୫ରୁ ୧୦ ବର୍ଷ ବୟସ ମଧ୍ୟରେ ହେବ ବୋଲି ଜଣାଯାଇଛି । ସେଭିତରୁ ଦୁଇ ଜଣ ଶିଶୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଛନ୍ତି । ଚିଲିକା କୂଳରେ ଥିବା ନାଣ୍ଡିପୁର ଗାଁରେ ପିଇବା ପାଣିର ସମସ୍ୟା ଲାଗି ରହିଛି । ଗାଁରେ ୪ଟି ନଳକୂପ ଥିବା ବେଳେ ଲୋକମାନେ ବିଶେଷତଃ ଏହାରି ଉପରେ ନିର୍ଭର କରି ଚଳିଥାନ୍ତି । ଏନେଇ କୁଶୁବେଣ୍ଟି ସରପଞ୍ଚ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ୪ଟି ଯାକ ନଳକୂପରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

Leave A Reply

Your email address will not be published.