ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣା, ୭ ଦିନ ପରେ ବି ମିଳିନି ଚୋରର ପତ୍ତା

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ପୋଲିସର ତନାଘନା ତଦନ୍ତ ।  ନୟାପଲ୍ଲୀ IRC ଭିଲେଜରୁ ଚୋରି ଘଟଣାକୁ ସାତ ଦିନ ବିତିଲାଣି ।  ହେଲେ ଏଯାଏ ଧରା ପଡିନି ଚୋର।  ଚୋରକୁ ଧରିବାକୁ କମିଶନରେଟ ପୋଲିସର ଏକାଧିକ ଟିମ୍ ତଦନ୍ତ କରୁଛି।

ସିସିଟିଭି ଫୁଟେଜ ସହ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣପତ୍ର SFSLକୁ ପଠାଯାଇଛି ।  ରାଜ୍ୟ ଓ ରାଜ୍ୟ ବାହାରେ ଚୋରକୁ ଖୋଜୁଛି ପୋଲିସ ।  ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଚୋର ପେଶାଦାର ।  ନିକଟ ଛାତରୁ ଘରକୁ ପଶିଆସିଥିବା ସନ୍ଦେହ ହେଉଛି ।

ସିସିଟିଭି ଆଧାରରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ତନାଘନା ଚଳାଇଛି। ଆଜି କିଛି ଲୋକଙ୍କୁ ପଚରାଉଚରା କରାଯାଇପାରେ ।  ଚୋରି ପୂର୍ବରୁ ଅପରାଧି ରେକି କରିଥିବା ସନ୍ଦେହ କରାଯାଉଛି ।  କ୍ରାଇମ ସିନରୁ ଜଣେ ଏକ୍ସପର୍ଟ ଚୋରି କଲା ପରି ଲାଗୁଥିବା କହିଛନ୍ତି ପୋଲିସ କମିଶନର।

ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି ।  ଶନିବାର ବିଳମ୍ବିତ ରାତିରେ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନଙ୍କ ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଥିଲା  ।

Also read:ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଗୁରୁତ୍ବପୂର୍ଣ୍ଣ ସୁରାକ: ଡ୍ରାଇଭର, PSO, ସିକ୍ୟୁରିଟି ଓ କୁକ୍ ଙ୍କୁ…