ବନ୍ୟ ଜନ୍ତୁ ଅଙ୍ଗ ତସ୍କରୀ ଅଭିଯୋଗରେ ୭ ଅଟକ, ବାଘ ଛାଲ ଜବତ

ଦେବଗଡ଼ : ରିଆମାଳ ଥାନା ଅନ୍ତର୍ଗତ ତାରଙ୍ଗ ଗ୍ରାମରେ ରିଆମାଳ ଥାନା ପୁଲିସର ଚଢ଼ାଉ l ବେଆଇନ ବନ୍ୟ ଜନ୍ତୁ ଅଙ୍ଗ ତସ୍କରୀ ଅଭିଯୋଗରେ 7 ଅଟକ l ବାଘ ଛାଲ ସହ 2 ବାଇକ ଓ 6 ମୋବାଇଲ ଫୋନ ଜବତ l ଏସଡିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସ୍ୱତନ୍ତ୍ର ଟିମ କରିଥିଲେ ଚଢ଼ାଉ l ରିଆମାଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି ଅନିଲ କୁମାର ମିଶ୍ର l