୭ ହାତୀ ମୃତ୍ୟୁ ଘଟଣା, ସେସୁର ମେରାମୁଣ୍ଡଳୀ ଜେଇ ବହିଷ୍କୃତ ଅନ୍ଯ ୬ କର୍ମଚାରୀ ନିଲମ୍ବିତ

ଢେଙ୍କାନାଳ(କେନ୍ଯୁଜ୍) : ଢେଙ୍କାନାଳରେ ୭ ହାତୀ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କାର୍ଯ୍ଯରେ ଅବହେଳା ପାଇଁ ସେସୁର ମେରାମୁଣ୍ଡଳୀ ଜେଇ ସଞ୍ଜୟ ମହାନ୍ତିଙ୍କୁ ବହିଷ୍କାର କରାଯାଇଛି । ସେହିପରି ବିଦ୍ୟୁତ ଓ ବନ ବିଭାଗର ଅନ୍ୟ ୬ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ଭିତରେ ସେସୁର ୩ କର୍ମଚାରୀ ଅଛନ୍ତି ।

tt ସେମାନେ ହେଲେ ଅଧୀକ୍ଷଣ ଯନ୍ତ୍ରୀ ନରେଶ ପଟ୍ଟନାୟକ, ଏସ୍‌ଡିଓ ଆର୍ତ୍ତତ୍ରାଣ ନାୟକ ଓ ମେରାମୁଣ୍ଡଳୀ ଲାଇନ୍‌ମ୍ୟାନ୍‌ କ୍ଷୀରୋଦ ପଣ୍ଡା । ଏ ନେଇ ସେସୁ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଏହି ଘଟଣାରେ ବନ ବିଭାଗର ୩ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏମାନେ ହେଲେ ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମୁଣ୍ଡଳୀ ଫରେଷ୍ଟର ପ୍ରଭାକର ରଣା ଓ ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀ ।