କୃଷି ବିଭାଗର ୭ ପୂର୍ବତନ କର୍ମଚାରୀ ଭିଜିଲାନ୍ସ କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ

ପାରଳାଖେମୁଣ୍ଡି ଉଦ୍ୟାନ କୃଷି ବିଭାଗର ୭ ପୂର୍ବତନ କର୍ମଚାରୀ ଭିଜିଲାନ୍ସ କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ । ସମସ୍ତଙ୍କୁ ୧ ବର୍ଷ ଲେଖାଏଁ ଜେଲଦଣ୍ଡ ସହିତ ୧୦ ହଜାର ଲେଖାଏଁ ଜରିମାନା । ସରକାରୀ ଅର୍ଥ ହେରଫେର କରିଥିବାର ଥିଲା ଅଭିଯୋଗ । ସମସ୍ତ କର୍ମଚାରୀ ଏବେ ଅବସରପ୍ରାପ୍ତ । ଦୋଷୀ ସାବ୍ୟସ୍ତ କଲେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଦୋଷୀ ସାବ୍ୟସ୍ତ ହୋଇଥିବା କର୍ମଚାରୀ ହେଲେ ଜଗନ୍ନାଥ ସାମନ୍ତ, ରଙ୍କନିଧି ଡାକୁଆ, ଶବର ପ୍ରଧାନ, ପ୍ରତାପ ଚନ୍ଦ୍ର ପଟନାୟକ, ସନାତନ ଗୌଡ଼, ପୁରୁଷୋତ୍ତମ ବେହେରା ଓ ହରିହର ନାୟକ । ସମସ୍ତଙ୍କ ପେନସନ ଅଟକାଇବା ପାଇଁ ଭିଜିଲାନ୍ସ କରିବ ଆବେଦନ । ଭିଜିଲାନ୍ସ ମୁଖ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି ।

You might also like