ଯାଜପୁର ଦେବୀଗଡା ଘାଟ ନିକଟରୁ ୭ଫୁଟ ଲମ୍ବର ବିଶାଳକାୟ ଅଜଗର ସାପ ଉଦ୍ଧାର

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁରରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ସହରର ଦେବୀଗଡା ଘାଟ ନିକଟରୁ ସାପଟିକୁ ଉଦ୍ଧାର କରାଯାଇଛି। ସହର ଅଂଚଳରେ ସାଧାରଣତ ଅଜଗର ସାପ ଦେଖାଦେଇନଥିବା ବେଳେ ଏହି ସାପ ବୈତରଣୀ ବନ୍ୟା ରେ ଚାଲି ଆସିଥିବା ଅନୁମାନ କରାଯାଉଛି।

ତେବେ ସାପଟି ନଦୀରୁ ଉପରକୁ ଉଠି ଆସି ସହର ମୁହାଁ ହୋଇଥିଲା। ସ୍ଥାନୀୟ ଲୋକ ସାପଟିକୁ ଦେଖି ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ସହଯୋଗୀ ଚିତ୍ତ ରଞ୍ଜନ ପଣ୍ଡା ସହ ଘଟଣା ସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସାପଟି ୭ଫୁଟ ଲମ୍ବ ଏବଂ ୮କିଲୋଗ୍ରାମ ଓଜନ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୂଚନା ଦେଇଛନ୍ତି।