ଉଦଳାରେ ବ୍ୟାପିଛି ଝାଡ଼ାବାନ୍ତି, ୭ ଆକ୍ରାନ୍ତ କପ୍ତିପଦା ମେଡିକାଲରେ ଭର୍ତ୍ତି

ଉଦଳା : ଉଦଳାରେ ବ୍ୟାପିଛି ଝାଡ଼ାବାନ୍ତି। କପ୍ତିପଦା ବ୍ଲକ ଶାଳଚୁଆ ମଇଁଷିଡୁବା ଗାଁରେ ଝାଡ଼ାବାନ୍ତି ଆତଙ୍କ। ଆକ୍ରାନ୍ତ ହୋଇ ୭ ଜଣ କପ୍ତିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଥମେ ଝାଡ଼ା ହେବା ସହ ମୁଣ୍ଡ ବୁଲାଉଛି ତା ପରେ ବାନ୍ତି ହେବାରୁ ଅନେକ ଗୁରୁତର ହୋଇଛନ୍ତି। ଦୂଷିତ ପାନୀୟ ଜଳ କିମ୍ବା ଅନ୍ୟ କୌଣସି କାରଣରୁ ଝାଡାବାନ୍ତି ବ୍ୟାପୁଛି ତାହା ଅସ୍ପଷ୍ଟ ରହିଛି। ମେଡିକାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ନାବାଳିକାଙ୍କ ସମେତ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି।