କପିଳାସ ପାହାଚରେ ମାଳ ମାଳ ସାପ, କାଉଡିଆ ଓ ଭକ୍ତ ଦେଖି ଛାନିଆ

ଶ୍ରାବଣ ସୋମବାରରେ ଚମତ୍କାର ଦୃଶ୍ୟ…
ମନ୍ଦିର ପାହାଚରେ ବୁଲିଲେ ମାଳ ମାଳ ସାପ…
କାଉଡିଆ ଆଉ ଭକ୍ତ କହିଲେ ସାକ୍ଷାତ୍‌ ଶିବଶଙ୍କରଙ୍କ କୃପା ଇଏ…

ଢ଼େଙ୍କାନାଳ : ମନ୍ଦିର ପାହାଚରେ କାଉଁଡ଼ିଆ ମାନେ ପାଦ ଦେଉ ଦେଉ ପାଖକୁ ଦୌଡ଼ି ଆସିଲେ ଗଦା ଗଦା ସାପ । କପିଳାସ ମନ୍ଦିରରେ ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳି ନ ଥିଲା । ଏହି ଦୃଶ୍ୟ ଦେଖି ପ୍ରଭୁ ଶିବଙ୍କୁ କାଉଡ଼ିଆ ମାନେ ବଡ଼ ପାଟିରେ ଡ଼ାକିଲେ । ବର୍ଷର ପ୍ରଥମ ଶ୍ରାବଣ ସୋମବାର ଆଉ ପ୍ରଥମ ଥର ଏମିତି ଦୃଶ୍ୟ । ଦେଖି ଚମକୁଥିଲେ କାଉଡିଆ । ଚଳିତ ବର୍ଷର ପ୍ରଥମ ଶ୍ରାବଣ ସୋମାବରରେ, କାଉଁଡ଼ିଆଙ୍କୁ ଯେମିତି ଆଜି ସାକ୍ଷାତ ଦର୍ଶନ ଦେଲେ ଭଗବାନ । ଖାଲି ପାଦରେ ପାଣି ଭାର ଧରି ଚାଲି ଚାଲି ଯାଇ ପହଁଚିଥିଲେ କାଉଡ଼ିଆ । ହେଲେ ଜାଣିନଥିଲେ ମନ୍ଦିର ପାହାଚରେ ଏପରି ସାପ ଥିବେ ।

ଏ ହେଉଛି ଢ଼େଙ୍କାନାଳ କପିଳାସ ପୀଠର ଦୃଶ୍ୟ । ଯେଉଁଠି ମାଳ ମାଳ ସାପ ପାହାଚରେ ବୁଲୁଥିଲେ । ସେଇଠି କାଉଡିଆ ମାନେ ଯାଉଛନ୍ତି, ସେଉଠୁ ଧରାଯାଉଛି ଏ ସାପ ମାନଙ୍କୁ । ଶ୍ରାବଣ ମାସରେ କପିଳାସ ପୀଠରେ ହଠାତ୍ ମାଳ ମାଳ ସାପ ସାମ୍ନାକୁ ଆସିଯିବା ଦେଖି ସମସ୍ତେ ହେଉଥିଲେ ହତବାକ୍‌ । ଯେତେବେଳେ ପାଣି ଭାର ଧରି କାଉଡ଼ିଆମାନେ ପହଁଚିଥିଲେ, ସେତେବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । କାଉଡ଼ିଆ ଡ଼ରିଗଲେ କିନ୍ତୁ କିଏ କହିଲା ଭଗବାନଙ୍କ ଚମତ୍କାର ତ କିଏ କହିଲା ସ୍ନେକ ହେଲ୍ପ ଲାଇନକୁ ଡ଼ାକ ଉଦ୍ଧାର କରିବା ପାଇଁ । ତେବେ କୁହାଯାଏ ଆଗରୁ ଗୋଟିଏ ବି ସାପ ଏମିତି ଆଗକୁ ଆସୁନଥିଲେ । ହେଲେ ଶ୍ରାବଣ ସୋମବାରେ କାହିଁକି ଏମିତି ପୁଳାପୁଳା ସାପ ଉଠିଆସିଲେ । ସାପ ରାସ୍ତାରେ ଚାଲୁଥିଲା ତ ଗଛ ଉପରେ ଓହଳି ରହିଥିଲା । ହଠାତ୍‌ ଏତେ ସାପ କେଉଁଠୁ ଆସିଲା, ଭାବିଲା ବେଳକୁ ବି ଆଶ୍ଚର୍ଯ୍ୟ ଲାଗୁଛି ।

ପାଖାପାଖି ୬ରୁ ୭ଟି ସାପଙ୍କୁ ଉଦ୍ଧାର କରିଛି ସ୍ନେକ୍ ରେସ୍କ୍ୟୁ ଟିମ୍ । ତେବେ କପିଳାସରେ ଏତେ ସାପ ଦେଖି ଛାନିଆ କାଉଡ଼ିଆ ଭକ୍ତ । କିଛି ସାପଙ୍କୁ ଧରା ଯାଇଥିବା ବେଳେ ଆଉ କିଛି ସାପଙ୍କୁ ଧରି ପାରିନଥିଲେ ସ୍ନେକ୍ ରେସ୍କ୍ୟୁ ଟିମ୍ । ତେବେ ଘଟଣାକୁ ନେଇ ଏହା ପ୍ରଭୁଙ୍କ ଆଶୀର୍ବାଦ ବୋଲି ମନ୍ଦିର ପୂଜକ କହିଥିବା ବେଳେ ମାଳ ମାଳ ସାପ ଥାଇ ମଧ୍ୟ କାହାକୁ କ୍ଷତି କରିନଥିବା ଜଣା ପଡ଼ିଛି । ଯାହା ପ୍ରଭୁ ଚନ୍ଦ୍ର ଶେଖରଙ୍କ କୃପା ବୋଲି କୁହାଯାଉଛି ।