ଭାରସାମ୍ୟ ହରାଇ ନଦୀ ବନ୍ଧ ତଳକୁ ଖସିଲା ପିକଅପ ଭ୍ୟାନ୍, ୭ ଗୁରୁତର

କାକଟପୁର : ଅସ୍ତରଙ୍ଗ ବ୍ଲକ ଅସନ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦେବୀ ନଦୀ ବନ୍ଧ ତଳକୁ ଖସିଲା ମତ୍ସ୍ୟଜୀବୀ ଜାଲ ବୋଝେଇ ଗାଡି । ସାତ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି । ଆହତ ମତ୍ସ୍ୟଜୀବୀଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । 4 ଜଣଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଚାରିଛକ ମେଡିକାଲ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ଏହି ଦୁର୍ଘଟଣା ରାତ୍ରରେ ହୋଇଥିବାରୁ ଅସନ ଗ୍ରାମର ବହୁ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛନ୍ତି । ଏହି 107 ପିକଅପ ଗାଡିଟି ପାରାଦ୍ୱୀପରୁ ଜାଲ ବୋଝେଇ କରି ବାଲିଡିଆ ଗ୍ରାମକୁ ଆସୁଥିଲା । ଅସନ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦେବୀ ନଦୀ ବାନ୍ଧତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ଅଭୟ ବେହେରା, ଲକ୍ଷଣ ବେହେରା, କାଳନ୍ଦୀ ବେହେରା, ଦୀପକ ବେହେରା ଓ ଗଦାଧର ବେହେରା ଗୁରୁତର ଆହତ ହୋଇଛନ୍ତି ।