୭ ଆନ୍ତ!ଜିଲ୍ଲା ଡକାୟତ ଗିରଫ, ସୁନା, ରୁପା ଟଙ୍କା ଜବତ

ସାଲେପୁର : ୭ ଆନ୍ତ!ଜିଲ୍ଲା ଡକାୟତ ଗିରଫ। ୫୦ଗ୍ରାମ ସୁନା, ୫୦୦ ଗ୍ରାମ ରୁପା, ଗୋଟିଏ ମୋବାଇଲ, ୮୨ ହଜାର ଟଙ୍କା ସହ ATM କାର୍ଡ ଜବତ। କଟକ ନେମାଳ ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ମାନଗୋବିନ୍ଦ ଦାସଙ୍କ ଘରୁ ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ହାତରେ ଲାଗିଛି ଡକାୟତ ଗ୍ୟାଙ୍ଗ। ସାଲେପୁର,ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନେମାଳ ଥାନା ପକ୍ଷରୁ ଏକ ଟିମ ଗଠନ କରି ଚଢ଼ଉ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ। ଅଭିଯୁକ୍ତମାନେ କେଳା ସଂପ୍ରଦାୟର। ସେମାନେ ଦିନରେ ଘର ଚିହ୍ନଟ କରି ରାତିରେ ଚୋରି କରନ୍ତି ବୋଲି ପୋଲିସ କହିଛି। ସମସ୍ତ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ମାମଲା ଥିବା ପୋଲିସ କହିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।