ସୁରତ କଳକାରଖାନାରେ ଓଡ଼ିଆଙ୍କ ଶ୍ରମ , ବାସ କରନ୍ତି ପ୍ରାୟ ୭ଲକ୍ଷରୁ ଅଧିକ ଓଡିଆ

ସୁରତ(କେନ୍ୟୁଜ୍) :  ସୁତାକଳ, ହୀରା କାରଖାନା ସହ ଅନେକ କାରଖାନାକୁ ନେଇ ଶିଳ୍ପନଗରୀ ସୁରତ। ସକାଳୁ ରାତି ଅଧଯାଏ କର୍ମମୟ ଏଠି ଜୀବନ। ପୁରୁଷ ହୁଅନ୍ତୁ କିମ୍ବା ମହିଳା, ସମସ୍ତେ ଏଠି ଚଳଚଞ୍ଚଳ । ଆଉ ଏମାନଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ଓଡ଼ିଆ। ସହରରେ ରହିଛି ଅନେକ ଓଡ଼ିଆ ବସ୍ତି। ଭିଟାମାଟି ଛାଡ଼ି ବର୍ଷ ବର୍ଷ ଧରି ଏମାନେ ଏଠି ବସବାସ କରି ଆସୁଛନ୍ତି।

s3ସ୍ଥାନୀୟ ବେସ୍ତାନ ଅଞ୍ଚଳର ସିଦ୍ଧାର୍ଥ ନଗର। ଦୁଇତିନି ହାତ ବଖରାରେ ବିତୁଛି ଜୀବନ। ଗଞ୍ଜାମ ଜିଲ୍ଲାର ୫ହଜାରରୁ ଉର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି ଏଠାରେ। ମୁଖ୍ୟତଃ ବିଭିନ୍ନ ସୁତାକଳରେ କାମ କରୁଛନ୍ତି। ପୁରୁଷମାନେ ସୁତାକଳରେ କାମ କରୁଥିବା ବେଳେ ମହିଳାମାନେ ଘରେ ରହି କିଏ ଶାଢୀର ଚୁମକି କାମ ତ ଆଉ କିଏ ଏମ୍ବ୍ରିଓଡୋରୀ କାମ କରି ପେଟ ପାଟଣା କରିଥାନ୍ତି।

s1ସୁରତରେ ବାସ କରନ୍ତି ପ୍ରାୟ ୭ଲକ୍ଷରୁ ଅଧିକ ଓଡ଼ିଆ। ଗଞ୍ଜାମ ଜିଲ୍ଲାର ଅଧିକାଂଶ ହୋଇଥିବା ବେଳେ ବ୍ରହ୍ମପୁରକୁ ସିଧାସଳଖ ରେଳ ଯୋଗାଯୋଗ ନଥିବାରୁ ଏମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ମାଧ୍ୟମରେ କଲେଜ ନାହିଁ। ସ୍ୱାସ୍ଥ୍ୟ ବୀମାରୁ ବଂଚିତ ଏମାନେ।

s2ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରତରେ ଓଡ଼ିଶା ମହୋତ୍ସବରେ ଯୋଗ ଦେଇ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି। ଗତ ୪୦ ବର୍ଷ ମଧ୍ୟରେ ନବୀନ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପାଦ ଥାପିଥିବାରୁ ଆନନ୍ଦିତ ସୁରତ ପ୍ରବାସୀ ଓଡ଼ିଆ।

 

You might also like