ଛତିଶଗଡ ନାରାୟଣପୁର ଜଙ୍ଗଲରେ ଗୁଳି ବିନିମୟ, ୩ ଦିନର ଅପରେଶନ ପରେ ୭ ମାଓ କ୍ୟାମ୍ପ ଧ୍ୱଂସ କଲେ DRG ଯବାନ

ମାଲକାନଗିରି: ପୁଣି ଯବାନ-ମାଓବାଦୀ ମୁହାଁମୁହିଁ । ଛତିଶଗଡ ନାରାୟଣପୁର ଜଙ୍ଗଲରେ ଗୁଳି ବିନିମୟ । କମ୍ବିଂ ବେଳେ ସାତଟି ମାଓ କ୍ୟାମ୍ପ ଧ୍ୱସଂ କଲେ DRG ଯବାନ । ସୁରକ୍ଷା କର୍ମୀଙ୍କ ଲଗାତାର ୩ ଦିନର ଅପରେଶନ ପରେ ୭ ମାଓ କ୍ୟାମ୍ପ ଧ୍ୱଂସ । ଅପରେସନରେ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ନାରାୟଣ ଏବଂ କାଙ୍କେର ଅଞ୍ଚଳରେ ଅପରେଶନ ଚାଲିଥିଲା । ।ପୋଲିସର ଅପରେଶନ ବେଳେ ବରମଟୋଲ, କୁଦୁଳପାଡ୍‌, କୁମଚଲମେଟା, ଟେକମେଟା ଏବଂ କୁକୁରଗାଓଁର ଜଙ୍ଗଲ ଏବଂ ପାହାଡି ଇଲାକାରେ ପୋଲିସ ମାଓକ୍ୟାମ୍ପ ଘେରାବନ୍ଦୀ କରିଥିଲା । ପୋଲିସ ଆସିବା ସୂଚନା ପାଇଁ ପୋଲିସ ଉପରକୁ ଫାୟାରିଂ କରିଥିଲେ ମାଓବାଦୀ । ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.