ପାରାଦୀପ ଗଡ ଗାଁରେ ପହଁଚିଛନ୍ତି ୭ ଜଣିଆ ଡାକ୍ତରି ଟିମ, ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ

ପାରାଦୀପ: ପାରାଦୀପ ଗଡ ଗ୍ରାମରେ ଡାଇରିଆରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।  ଏନେଇ ଗଡ ଗ୍ରାମରେ ପହଁଚିଛନ୍ତି ୭ ଜଣିଆ ଡାକ୍ତରି ଟିମ । ଏହି ଟିମ ମୃତକ ଦିଜ ରାଉତ ଓ ବିପିନ ରାଉତଙ୍କ ଘରକୁ ଯାଇ ପରିବାରଲୋକଙ୍କୁ ଭେଟିଛନ୍ତି । ଏହାସହ ଓୌଷଧ ବଂଟନ କରିଛନ୍ତି  । ଦୀର୍ଘ ୧୪ଦିନ ହୋଇଯିବ ପାରାଦୀପ ଗଡ ଗ୍ରାମରେ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଆସୁଛି । ତେବେ ଝାଡାବାନ୍ତି ହେବାର ମୁଖ୍ୟ କାରଣ ହେଉଛ ଡ୍ରେନେଜ ବନ୍ଦ ହୋଇପଡିଥିବାରୁ । ସେଥିରୁ ଅବର୍ଜନା ପାଣି ବାହାରି ରାସ୍ତାରେ ଜମା ହେବା ସହିତ ନଳକୂପ ପାଣିରେ ମିଶୁଥିବାରୁ ସେହି ପାଣିକୁ ପିଇ ରାଉତଙ୍କ ପରିବାର ୪ ଜଣ ଡାଇରିଆରେ ପଡି ଚିକିତ୍ସିତ ହେଉଥିଲେ ।

ତେବେ୧୩ଦିନ ଭିତରେ ପ୍ରଥମେ ଦିଜ ରାଉତଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ବିପିନ ରାଉତଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟପଟେ ସରପଂଚଙ୍କ ଖାମଖିଆଲ ମନୋଭାବ ଏବଂ ଡ୍ରେନେଜ ସଫା ନ ହେବା କାରଣରୁ ଦୁଇଦୁଇଟା ମୂଲ୍ୟବାନ ଜୀବନ ଚାଲିଗଲା ବୋଲି ମୃତକଙ୍କ ପରିବାର ସମେତ ଗ୍ରାମବାସୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ତେବେ ଗତକାଲି ଖବର ପ୍ରସାରିତ ହେବା ପରେ ଆଜି ଜଗତସିଂହପୁର ଜିଲ୍ଲାରୁ ଏକ ସ୍ଵତନ୍ତ୍ର ୭ ଜଣିଆ ଡାକ୍ତରୀ ଟିମ ପହଁଚି ସ୍ଵାସ୍ଥ୍ୟ ପରିକ୍ଷା କରିଛନ୍ତି ।

ଏହା ସହିତ ଓୌଷଧ ବଂଟନ କରିଥିଲେ । ସେହିପରି ଦୂଷିତ ପାଣିର ନମୁନା ସଂଗ୍ରହ କରି ନେବା ସହିତ କିପରି ପାଣିରେ ହାଲୋଜିନ ବଟିକା ପକାଇ ପିଇବେ ଏବଂ ପାଣିକୁ କିପରି ଫୁଟାଇ ପିଇବେ ସେ ବିଷୟରେ ସମସ୍ତଙ୍କୁ ସଚେତନ କରାଇଥିଲେ । ତେବେ ପାଣିର ନମୁନା ସଂଗ୍ରହ କରାଯାଇଛି ପରୀକ୍ଷା ପରେ ଜଣା ପଡିବ ପାଣି ଦୂଷିତ ହେଲା କିପରି ସେହି ଅନୁସାରେ ଚିକିତ୍ସା କରାଯିବ ବୋଲି ଡାକ୍ତରୀ ଟିମ ର ସଦସ୍ୟ ପ୍ରକାଶ କରିଛନ୍ତି  ।

You might also like