ବାଲିଗୁଡା: ପ୍ରେମିକକୁ ପିଟି ପିଟି ସଙ୍ଘବଦ୍ଧ ଭାବେ ହତ୍ୟା ଘଟଣା, ଆଉ ୭ ଗିରଫ

ବାଲିଗୁଡା(କେନ୍ୟୁଜ୍): ପ୍ରେମିକକୁ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ଦୃଢ଼ କାର୍ଯ୍ୟନୁଷ୍ଠାନ । ପ୍ରେମିକକୁ ପିଟି ପିଟି ସଙ୍ଘବଦ୍ଧ ଭାବେ ହତ୍ୟା ଘଟଣାରେ ଆଉ ସାତ ଜଣ ଅଭିଯୁକ୍ତକୁ ଗିରଫ କଲା ବାଲିଗୁଡା ପୋଲିସ । ଏହି ହତ୍ୟା ଘଟଣାରେ ମୋଟ ୧୪ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ବାଲିଗୁଡା ପୋଲିସ ।

ବାଲିଗୁଡା ଥାନା ପୁଟକିପାଲି ଗାଁରେ ପ୍ରେମିକକୁ ହତ୍ୟା କରିବା ସହ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଅଖାରେ ପୁରେଇ ଜଙ୍ଗଲରେ ଫିଙ୍ଗିଦେଇଥିଲେ। ଏହି ଘଟଣାରେ ଗତ ଦୁଇ ଦିନ ତଳେ ମୁଖ୍ୟ ଅଭିଯୁକ୍ତ ପ୍ରେମିକାର ବାପା ଓ ସମ୍ପର୍କୀୟ ଭାଇ ସମେତ ମୋଟ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲିଗୁଡା ପୋଲିସ ।

ଗତ ଅଗଷ୍ଟ ୨୬ ତାରିଖ ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଘଣ୍ଟପଡା ଗାଁର ପ୍ରେମିକ ଶୁକଦେବ ରଣାକୁ ପିଟି ପିଟି ହତ୍ୟା କରାଯାଇଥିଲା। ଗତ ୫ ତାରିଖ ଦିନ ପୁଟକିପାଲି ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଥିଲା ବାଲିଗୁଡା ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ଏବେ ବି ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ।

Leave A Reply

Your email address will not be published.