ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜେଟିଭ୍ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜେଟିଭ୍ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି । ୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ, ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ୭୭ବର୍ଷର ବୃଦ୍ଧ ଭୁବନେଶ୍ୱରରେ ଏମସରେ ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇ ସୂଚନା । ଅନ୍ୟ ୬ ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକ ଲେଣ୍ଡୁ ପଞ୍ଚାୟତର ୩ ଓ ସରପାରୀ ଗ୍ରାମର ଜଣେ, ସେହିପରି ଖୋର୍ଦ୍ଧା ବ୍ଲକ ଓରବରସିଂହ ଗ୍ରାମର ଜଣେ ଗର୍ଭବତୀ ମହିଳା ଓ ଜଟଣୀ ଗଜପତିନଗରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା । ସମସ୍ତ ଆକ୍ରାନ୍ତ କ୍ବାରାନଟାଇନ ସେଣ୍ଟରରେ ଥିଲେ ଓ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.