ହୋଲି ଅଘଟଣ: ରଙ୍ଗ ଖେଳି ସାରି ଗାଧୋଇବା ବେଳେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ହୋଲିରେ ବିଭିନ୍ନ ସ୍ଥାନରେ ଅଘଟଣ । ରଙ୍ଗ ଖେଳି ସାରି ଗାଧୋଇବା ବେଳେ ବିଭିନ୍ନ ସ୍ଥାନରେ ୭ ଜଣଙ୍କର ମୃତ୍ୟୁ । କୁଚିଣ୍ଡା ଥାନା ସଇଡା ଭେଡେନ ନଦୀର ଝିଲ୍ଲିଘାଟରେ ଗାଧୋଉଥିବା ବେଳେ ୨ ଜଣ ବୁଡ଼ିଗଲେ । ମୃତକମାନେ ହେଲେ ଉତ୍ତରପ୍ରଦେଶ ବଳରାମପୁରର କୈଳାସ କୁମାର ଏବଂ ମୁକେଶ ଯାଦବ । ସେହିପରି ଜୟପୁର କୋଟପାଡ଼ରେ କେନାଲରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର କୋଟପାଡ଼ ବେଲମା ସାହିରେ । ଏହାକୁ ନେଇ ଶୋକର ଛାୟା ଖେଳିଯାଇଛି ।

କେନ୍ଦୁଝର ହରିଡାଗୋଠରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତକ ହେଲେ ଶତ୍ରୁଘ୍ନ ବେହେରା । ଗାଁ ଲୋକ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି କଟକ ବିରିବାଟୀ ଅଞ୍ଚଳର ମହାନଦୀରେ ବୁଡ଼ି ଜଣଙ୍କର ଓ ମୟୂରଭଞ୍ଜର ଲୁଲୁଙ୍ଗରେ ପାଣିରେ ବୁ଼ଡ଼ି ଜଣଙ୍କର ଜୀବନ ଯାଇଛି ।

 

 

Leave A Reply

Your email address will not be published.