ଶ୍ରୀଗୁଣ୍ଡିଚାରେ ଅଘଟଣ: ରଥ ଟାଣୁଥିବା ବେଳେ ବିଦ୍ଯୁତ ଆଘାତରେ ଜଣେ ମୃତ ୭ ଗୁରୁତର

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଗ୍ରାମରେ ରଥ ଟାଣୁ ଥିବା ବେଳେ ୧୧ କେଭି ବିଦ୍ଯୁତ ତାର ସଂଷ୍ପର୍ଶ ରେ ଆସି ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଆଜି ସଂଧ୍ଯାରେ ଗୁଡିଖାଳ ଗ୍ରାମର ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି ଛକ ନିକଟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ଯୁତ ତାର ସହିତ ରଥଟି ଲାଗି ଯାଇଥିଲା। ପ୍ରବଳ ବର୍ଷା ଯୋଗୁଂ ରଥଟି ସମ୍ପୂର୍ଣ୍ଣ ଓଦା ହୋଇଥିବାରୁ ରଥକୁ ଛୁଇଁ ଥିବା ଲୋକମାନେ ବିଦ୍ଯୁତ ଆଘାତର ଶିକାର ହୋଇଥିଲେ।

ସେମାନଙ୍କ ମଧ୍ଯରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ  ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା।  ସେମାନଙ୍କ ମଧ୍ଯରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ଯୁ ଘଟିଛି। ମୃତକ ଜଣକ ହେଲେ ଆଗରଡା ଗ୍ରାମର ଅନିଲ କୁମାର ସାହୁ । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.