ଡ୍ରେନେଜ୍ ଗ୍ରିଲ୍ ରେ ଫସି ଗଲା ୭ ବର୍ଷର ପୁଅ, କଟରରେ କାଟି ଶିଶୁକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ଗେଟରେ ଥିବା ଡ୍ରେନେଜ୍ ଗ୍ରିଲ୍ ରେ ଫସି ଗଲା ଶିଶୁ । ଦୀର୍ଘ ସମୟ ପରେ ଫସି ରହିବା ଶିଶୁକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ମେଡିକାଲରେ ଚିକିତ୍ସାଧିନ ଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ୭ ବର୍ଷର ଶିଶୁପୁତ୍ର ରାସ୍ତାରେ ଖେଳୁଥିବା ବେଳେ ତା ଗୋଡ଼ ହଠାତ୍ ଡ୍ରେନେଜ ଗ୍ରିଲ ମଝିରେ ଫସି ଯାଇଥିଲା। ଯାହାଦ୍ୱାରା ଶିଶୁଟି ଯନ୍ତ୍ରଣା ଭୋଗିବା ସହ ଜୋର୍ ରେ କାନ୍ଦି ଥିଲା ଓ ସେଠାରୁ ବାହାରି ପାରୁ ନଥିଲା। ଦୀର୍ଘ ସମୟ ଫସି ରହିବା ପରେ ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ପାଇପକୁ ହାଇଡ୍ରୋଲିକ କଟରରେ ତାଡି ଶିଶୁଟିକୁ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.