୭୦ କେଜି ଗଞ୍ଜେଇ ସହ ପିକ୍ଅପ୍ ଭ୍ୟାନ୍ ଜବତ, ଚାଲାଣକାରୀ ଫେରାର

ରେଢାଖୋଲ : ପିକ୍ ଅପ୍ ଭ୍ୟାନରୁ ଜବତ ହେଲା ଗଂଜେଇ । ରେଢ଼ାଖୋଲ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ରେଢ଼ାଖୋଲ ଥାନା ମୁଟୁରୁମୁଣ୍ଡାରୁ ଜବତ ହୋଇଛି ଗଂଜେଇ । ବନବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୭୦ କେଜି ଗଞ୍ଜେଇ ଜବତ ହୋଇଛି । ତେବେ ଚଢ଼ାଉ ବେଳେ ଚୋରା ଚାଲାଣକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ପିକ୍ଅପ ଭ୍ୟାନ ସହ ଗଂଜେଇକୁ ଜବତ କରାଯାଇଛି।ଗଂଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏହି ଚଢ଼ାଉ ବେଳେ ବନବିଭାଗର ଏସିଏଫ ମୈତ୍ରୀ ମଞ୍ଜିତ ବିଶ୍ବାଳ, ଅବକାରୀ ବିଭାଗର ଅଧିକାରୀ ଯାଦବ ପଧାନ,ଫରେଷ୍ଟର ଡମ୍ବରୁଧର ପ୍ରଧାନ, ଏଏସ୍ଇ ଜିତେନ୍ଦ୍ର ପଟେଲ, ରାକେଶ ମହାନ୍ତି, ସୁବାସିନି ମାଝୀ, ପ୍ରସାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ ।