ଅମ୍ରିତଙ୍କ ପାଇଁ ସାରା ଦେଶରୁ ଛୁଟୁଛି ସହାୟତାର ସୁଅ, ବର୍ତ୍ତମାନ ସୁଦ୍ଧା ଆକାଉଣ୍ଟକୁ ଆସିଲାଣି ୭୦ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଗୋଟିଏ ଜୀବନ ବଞ୍ଚାଇବା ପାଇଁ ସାରା ଦେଶରୁ ଛୁଟୁଛି  ସହାୟତାର ସୁଅ। କରୋନା ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ଅମ୍ରିତଙ୍କ ପାଇଁ  ସାରାଦେଶରୁ ଛୁଟୁଛି ଆରୋଗ୍ୟ କାମନର ଶୁଭେଚ୍ଛା।   ଗତକାଲି ସୁଦ୍ଧା ତଙ୍କ  ଅମ୍ରିତଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ପହଞ୍ଚିଛି।  ଅମ୍ରିତଙ୍କ ଭଉଣୀ ମନୀଷା  କହିଛନ୍ତି ଲୋକଙ୍କ ପ୍ରାର୍ଥନା ଓ ସମର୍ଥନ ମୋ ଭାଇ ସାଙ୍ଗରେ ରହିଛି । ଗତ ୩ ତାରିଖରେ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚେନ୍ନାଇ ଆପୋଲୋ ହସ୍‌ପିଟାଲରୁ ଆସିଥିବା ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସହ ଅମ୍ରିତ୍ ଚେନ୍ନାଇ ଯାଇଥିଲେ। ଗତକାଲି ସକାଳୁ ତାଙ୍କ ଭଉଣୀ ମନୀଷା ଚେନ୍ନାଇରେ ପହଞ୍ଚିଛନ୍ତି। ଅମ୍ରିତ୍ ହସପିଟାଲରେ ଭର୍ତ୍ତି ହେବା ପରେ ନମୁନା ସଂଗ୍ରହ କରି କଲ୍‌ଚର କରିବାକୁ ପଠାଯାଇଛି। ଆଜି ଏହି ରିପୋର୍ଟ ଆସିବ ବୋଲି ମନୀଷା କହିଛନ୍ତି।

ଏହା ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଆମେ ସର୍ବନିମ୍ନ ଖର୍ଚ୍ଚ ଅର୍ଥାତ୍‌ ୧.୨ କୋଟିର ଟାର୍ଗେଟ୍‌ ନେଇ ଉଦ୍ୟମ ଆରମ୍ଭ କରିଛୁ ବୋଲି ମନୀଷା କହିଛନ୍ତି। ଇ‌କ୍‌ମୋ ଚିକିତ୍ସା ଓ ଲଙ୍ଗ୍‌ସ ପ୍ରତ୍ୟାରୋପଣ ଚିକିତ୍ସା ଅଧିକ ବ୍ୟୟବହୁଳ। ତେବେ ମୋ ଭାଇ ଅମ୍ରିତ୍ ପାଇଁ ଲୋକଙ୍କ ପ୍ରାର୍ଥନା ରହିଛି ବୋଲି ମନୀଷା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.