ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶୃଙ୍ଖଳିତ ନୀତି ଉପରେ ଗୁରୁତ୍ବ ଦିଆଯାଇଛି । ମଙ୍ଗଳାର୍ପଣ ଭୋର ୩ଟା ୩୦ ପରେ ଭୋର ୪ଟାରୁ ୬ଟା ମଧ୍ୟରେ ପୁଷ୍ପାଞ୍ଜଳି ଓ ପହଣ୍ଡି ଆରମ୍ଭ ହେବ । ସ୍ନାନବେଦୀରେ ମଙ୍ଗଳ ଆଳତି ୮ଟା ୧୦ରେ ହେବ , ଅବକାଶ ନୀତି ସକାଳ ୯ଟା ୨୦ ଅନୁଷ୍ଠିତ ହେବ । ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ୯ଟା ୫୫ରୁ ୧୦ଟା ୧୦ ପର୍ଯ୍ୟନ୍ତ ହେବ । ଜଳବିଜେ ଓ ସ୍ନାନ ୧୧ଟା ୨୦ରୁ ୧୨ଟା ୪୫ ଯାଏଁ ହେବ । ସେହିପରି ମହାପ୍ରଭୁଙ୍କ ଛେରାପହଁରା ଅପରାହ୍ଣ ୨ଟା ଅନୁଷ୍ଠିତ ହେବ । ଏହା ପରେ ହାତୀବେଶ ୨ଟା ୪୦, ସlହlଣମେଲା ଦର୍ଶନ ସନ୍ଧ୍ୟା ୬ଟା ୩୦ରୁ ୯ଟା ୩୦ ଓ ବାହୁଡା଼ ପହଣ୍ଡି ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ହେବ । ସଂଧ୍ୟା ସାଢ଼େ ୬ରୁ ସାଢ଼େ ୯ ପର୍ଯ୍ୟନ୍ତ ସାହାଣ ମେଲା ହେବ। ଦେବସ୍ନାନ ପୂର୍ଣ୍ଣିମା ଦିନ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ ।

ଶୃଙ୍ଖଳିତ ଦର୍ଶନ ଲାଗି ମାର୍କେଟ ଛକ ଠାରୁ ସ୍ୱତନ୍ତ୍ର ବ୍ୟାରିକେଡ କରାଯାଇଛି l ବଡ଼ ଦାଣ୍ଡ ପଟୁ ଆସୁଥିବା ଭକ୍ତ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ । ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବାକୁ ଅନୁମତି ଦିଆଯିବ । ଉତ୍ତର ଦ୍ବାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡ଼ ଦାଣ୍ଡ ଦେଇ ଯେକୌଣସି ମାର୍ଗରେ ଯାଇପାରିବେ । ଟିକେଟ ଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ନିମନ୍ତେ ଦକ୍ଷିଣ ଦ୍ବାରରେ ଥିବା ବ୍ୟାରିକେଡ ଦେଇ ପ୍ରବେଶ କରିବେ । ପହଣ୍ଡି ଶେଷ ହେବା ପରେ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ ବନ୍ଦ ହୋଇଯିବ । ନୀତି କାନ୍ତି,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ଗହଳି ନିୟନ୍ତ୍ରଣ,ଟ୍ରାଫିକ ସୁପରିଚାଳନା ପାଇଁ ୪ ଜଣ ଏସପି,୧୨ ଜଣ ଅତିରିକ୍ତ ଏସପି ,୩୫ ଜଣ ଇନ୍ସପେକ୍ଟର ନିୟୋଜିତ ରହିବେ । ନିୟୋଜିତ ହେବେ ୭୦ ପ୍ଲାଟୁନ ଫୋର୍ସ । ଆଜି ଶ୍ରୀବିଗ୍ରହଙ୍କ ସେନାପଟା ଲାଗି ନୀତି ପାଇଁ ସକାଳ ୧୧ଟା ଯାଏ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ।

 

You might also like