ବଣ୍ଡାଘାଟିରେ ଟିକାକରଣ, ୭୦୦ ଆଦିମ ଜନଜାତିଙ୍କୁ ଦିଆଗଲା ଟିକା

ମାଲକାନଗିରି (କେନ୍ୟୁଜ) : ବଣ୍ଡାଘାଟିରେ ଟିକାକରଣ । ୭୦୦ ଆଦିମ ଜନଜାତିଙ୍କୁ ଟିକା ଦିଆଯାଇଛି । ସେକେଣ୍ଡ ୱେଭରେ ବଣ୍ଡାଘାଟିରେ ସଂକ୍ରମଣ ବ୍ୟାପିଥିଲା । ଏହାପରେ ବଢ଼ିଥିଲା ମୁକାବିଲା ଚିନ୍ତା । ଟେଷ୍ଟିଂ ଓ ଟିକାକରଣ ନେଇ ସଚେତନ କରାଇଥିଲେ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ । ବଣ୍ଡାଘାଟିରେ କ୍ୟାମ୍ପ କରି ଲୋକଙ୍କୁ ଟିକାକରଣ କରିଥିଲା ପ୍ରଶାସନ । ନିଜେ ମାଲକାନଗିରି ଜିଲ୍ଲାପାଳ, ସିଡିଏମଓ ବଣ୍ଡା ଘାଟିର ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଗାଁ ଗାଁ କୁ ମେଡିକାଲ ଟିମ ପହଞ୍ଚି ଟିକାକରଣ କରିଥିଲେ । ଏହାସହ କୋଭିଡ୍‌ ଲକ୍ଷଣ ଥିବା ଲୋକଙ୍କର ଟେଷ୍ଟ କରିବା ସହ ଔଷଧ ବଣ୍ଟା ଯାଇଥିଲା । ବଣ୍ଡାଘାଟି କହିଲେ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଓ ମୁଦୁଲିପଡାକୁ ବୁଝାଯାଏ । ଏହି ଦୁଇଟି ପଞ୍ଚାୟତରେ ୭ ହଜାରରୁ ଉର୍ଦ୍ଧ୍ଵ ବଣ୍ଡା ଜନଜାତି ବସବାସ କରୁଛନ୍ତି । ୫ ହଜାର ଫୁଟ ଉଚ୍ଚତାରେ ରହିଛି ଏହି ବଣ୍ଡା ଘାଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.