ବିଧାନସଭାରେ ଉଠିଲା ହାତୀ ମୃତ୍ୟୁ ପ୍ରସଙ୍ଗ, ୧୦ ବର୍ଷ ମଧ୍ୟରେ ୭୧୯ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ହାତୀ ମୃତ୍ୟୁ ପ୍ରସଙ୍ଗ । ହାତୀ ମୃତ୍ୟୁକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗତ ୧୦ ବର୍ଷ ମଧ୍ୟରେ ୪୧ଟି ହାତୀଙ୍କୁ ଶିକାରୀ ମାରିଥିବା ବେଳେ ୭୧୯ଟି ହାତୀ ଅନ୍ୟାନ୍ୟ କାରଣରୁ ମୃତ୍ୟୁ ଘଟିଛି । ଅନ୍ୟପଟେ ହାତୀ ଆକ୍ରମଣରେ ଗତ ୧୦ ବର୍ଷରେ ୧୧ ଶହ ୪୫ ଜଣଙ୍କ ଜୀବନ ଯାଇଛି ।

ସେହିପରି ୧୦ ବର୍ଷ ମଧ୍ୟରେ ୭ଟି ମହାବଳର ମୃତ୍ୟୁ ହୋଇଛି । ଏହାସହ ୪୮ଟି କଲରାପତରିଆ ମରିଛନ୍ତି । ସେଥିରୁ ୨୫ ଟି ବାଘ ଶିକାରୀଙ୍କ ଦ୍ଵାରା ମରିଛନ୍ତି । ସେହିପରି ୪ଟି ବିଦ୍ୟୁତ ଆଘାତ, ୨ଟି ରେଳ ଦୁର୍ଘଟଣାରେ , ୩ଟି ରାସ୍ତା ଦୁର୍ଘଟଣାରେ ଓ ନଦୀ ନାଳରେ ବୁଡି କି ୬ଟି ବାଘ ମରିଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like