୭୧ ତମ ସିନିୟର ଜାତୀୟ ଭଲିବଲ୍ ଉଭୟ ପୁରୁଷ ଓ ମହିଳା ଚମ୍ପିୟନସିପ ୨୦୨୫ ଉଦଯାପିତ

ଭୁବନେଶ୍ୱର : ୭୧ ତମ ସିନିୟର ଜାତୀୟ ଭଲିବଲ୍ ଉଭୟ ପୁରୁଷ ଓ ମହିଳା ଚମ୍ପିୟନସିପ ୨୦୨୫ ଉଦଯାପିତ। କିଟ୍ ବିଶ୍ୱବିଦ୍ୟାଳୟ ବିଜୁପଟ୍ଟନାୟକ ମଲ୍ଟିପର୍ ପୋସ୍ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ରୋମାଞ୍ଚକର ମ୍ୟାଚ୍ ରେ ପୁରୁଷ ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ କୁ ହରାଇ ଚାମ୍ପିୟନ ହୋଇଛି କିଟ୍ ଭଲିବଲ ଦଳ । ସେଇଭଳି ମହିଳା ବିଭାଗରେ ଓଡ଼ିଶା ପୋଲିସ କୁ ହରାଇ ଟାଇଟଲ ହାସଲ କରିଛି କିଟ୍ ମହିଳା ଦଳ।

ଉଦଯାପନି ଅବସରରେ ମୁଖ୍ୟ ଅତିଥି ଭାବେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଓଭିଏ ଉପ ସଭାପତି ବିଜୟ କୁମାର ଧଳ, ଓଭିଏ ସାଧାରଣ ସମ୍ପାଦକ ଡ଼କ୍ଟର ଗଗନେନ୍ଦୁ ଦାସ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ଖେଳାଳିଙ୍କୁ ଶୁଭେଛା ଓ ଅଭିନନ୍ଦନ ଦେବା ସହ ବିଜୟୀ ଦଳଙ୍କୁ ଚାମ୍ପିୟନ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଚାମ୍ପିୟନସିପରେ ଭାଗ ନେଇଥିବା ବଛାବଛା ୫୦ ଜଣ ଖେଳାଳି ଖେଲୋ ଇଣ୍ଡିଆରେ ଭାଗ ନେବେ ବୋଲି କହିଛନ୍ତି ଓଭିଏ ସାଧାରଣ ସମ୍ପାଦକ ଡ଼କ୍ଟର ଗଗନେନ୍ଦୁ ଦାସ ।