୭୩ କେଜି ଗଂଜେଇ ଜବତ, ଅଭିଯୁକ୍ତ ଛୁ

ବାଲିଗୁଡା : ୭୩ କେଜି ଗଂଜେଇ ଜବତ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଂଜେଇ ଜବତ ହୋଇଛି l ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ ଜଙ୍ଗଲରେ କିଛି ଗଂଜେଇ ମାଫିଆ ପୋଲିସକୁ ଦେଖି ଖସି ପଳାଇଥିଲେ। କ.ନୂଆଗାଁ ଥାନା ଅଧିକାରୀ ଅଶୋକ ହାଁସଦା ଙ୍କ ନେତୃତ୍ୱ ରେ ଏକ ଟିମ ସଅବାଲି ଜଙ୍ଗଲରେ ଚଢ଼ାଉ କରିଥିଲା l ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ପଳାଇଛି ।