ଢେଙ୍କାନାଳ: ଶୌଚ ହେବାକୁ ଯାଇ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା, ୬ କିଲୋମିଟର ପରେ ଲୋକେ କଲେ ଉଦ୍ଧାର

କାମାକ୍ଷାନଗର (କେନ୍ୟୁଜ୍):  ଶୌଚ ହେବାକୁ ଯାଇ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା ବିଧବା ମହିଳା, ୬ କିଲୋମିଟର ପରେ ସ୍ଥାନୀୟ ଲୋକେ କଲେ ଉଦ୍ଧାରରଖେ ହରି ତ ମାରେ କିଏ। ପୂର୍ବାହ୍ନରେ ରାମିଆଳ ନଦୀର ପ୍ରଖର ଶ୍ରୋତରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା ଆଉ ୬ କିଲୋମିଟର ଦୂରରୁ ଅପରାହ୍ନରେ ଜୀବିତ ଅବସ୍ଥାରେ ହେଲେ ଉଦ୍ଧାର। ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଅଞ୍ଚଳରେ ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ  ମିଳିଛି।

 

women rescue

ମଠକରଗୋଳା ଅରଖପାଳ ରାମିଆଳ ପୋଲ ନିକଟରେ ଆଜି ପୂର୍ବାହ୍ନରେ ଗାଧୋଉଥିବା ସମୟରେ ଅରଖପାଳ ଗାଁର  ୭୫ ବର୍ଷୀୟା  ବିଧବା ମହିଳା ବାଲି ତରାଈ  ଭାସି ଯାଇଥିଲେ । ଅପରାହ୍ନରେ ସେଠାରୁ ୬ କିଲୋମିଟର ଦୂର କୃଷ୍ଣପୁର ଗାଁ ପମ୍ପହାଉସ ନିକଟରେ ପାଣିରେ ଭାସୁଥିବାର ଜଣେ ଗାଈ ଚରାଳି ଦେଖିଥିଲେ। ପରେ ଗାଈ ଚରାଳି ଜଣଙ୍କ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ।  ସରପଞ୍ଚ  ଖବର ପାଇ ପୋଲିସ ଓ ଆମ୍ବୁଲାନ୍ସ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପୋଲିସ କର୍ମଚାରୀ ନିଜ ଗାଡିରେ ମାର୍ଥାପୁର ମେଡିକାଲକୁ ନେଇଥିଲେ। କିଛି ସମୟର ଚିକିତ୍ସା ପରେ ବୃଦ୍ଧା ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଆଉ ଗାଁକୁ ଫେରିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ରଖେ ହରି ତ ମାରେ କିଏ।

Leave A Reply

Your email address will not be published.