୭୫ ବର୍ଷୀୟ ଭକ୍ତ ଭକ୍ତହରି : ଯିଏ ୨୦୦କି.ମି ରାସ୍ତା ଚାଲି ଚାଲି ଆସି ପହଞ୍ଚିଲେ କାକଟପୁର ମା’ ମଙ୍ଗଳାଙ୍କ ପୀଠରେ

କାକଟପୁର(କେନ୍ୟୁଜ୍): ଦେହରେ ଥରେ ଭକ୍ତିର ରଙ୍ଗ ଲାଗିଗଲା ପରେ ଭକ୍ତଟିଏ ହୋଇଉଠେ ଆନମନା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରୁ ଚାଲି ଚାଲି ଆସି କାକଟପୁର ମା’ମଙ୍ଗଳାଙ୍କ ପୀଠରେ ପହଞ୍ଚିଥିବା ୭୫ ବର୍ଷୀୟ ବୃଦ୍ଧ ଭକ୍ତହରି ଲେଙ୍କାଙ୍କ କ୍ଷେତ୍ରରେ ।

bhakta

୮ ଦିନ ତଳୁ ଦୀର୍ଘ ୨୦୦ କିଲୋମିଟର ରାସ୍ତା ଚାଲି ଚାଲି ଆସି କାକଟପୁର ମଙ୍ଗଳାଙ୍କ ପୀଠରେ ପହଞ୍ଚିଛନ୍ତି ଭକ୍ତହରି । ମା’ ମଙ୍ଗଳାଙ୍କ ,ଦର୍ଶନ ପରେ ସେ କାଳିଆଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ଯାଇଛନ୍ତି । ତେବେ ମା’ଙ୍କ ଦର୍ଶନ ପରେ ଗଦ ଗଦ ହୋଇଯାଇଥିବା ଭକ୍ତହରିଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ କାକଟପୁର ରିପୋର୍ଟର ଲୋକନାଥ ସ୍ୱାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.