ସଙ୍କଟ ବେଳେ ନୂଆ ସମ୍ଭାବନା: ବାତ୍ୟା ‘ୟସ’ ସମୟରେ ଜନ୍ମନେଲେ ୭୫୦ ନବଜାତ

ଭୁବନେଶ୍ବର: ସଙ୍କଟ କାଳରେ ନୂଆ ସମ୍ଭାବନା। ବାତ୍ୟା ୟସ କାଳରେ ଜନ୍ମନେଲେ ୭୫୦ ନବଜାତ। ବାତ୍ୟା ପ୍ରଭାବିତ ଜିଲ୍ଲାର ୨୧ଶହ ଆସନ୍ନ ପ୍ରସବା ଓ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ମହିଳା ଏବଂ ଶିଶୁବିକାଶ ବିଭାଗ ଓ ସ୍ୱାସ୍ଥ୍ୟକର୍ମୀ।
ବାତ୍ୟା ଆସିବା ଏମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଶାସନ ଏଥିପ୍ରତି ଅଧିକ ସମ୍ବେଦନଶୀଳ ଥିଲା। ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ହସ୍ପିଟାଲ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।