ମିଛ ୱାରେଣ୍ଟ ଦର୍ଶାଇ ଉଠାଇ ନେଇଥିଲା ପୋଲିସ, ପ୍ରତିବାଦରେ ଧାରଣାରେ ବସିଥିଲେ ବୃଦ୍ଧ

ଭଦ୍ରକ(କେ ନ୍ୟୁଜ):  ଜଣେ ଭିନ୍ନକ୍ଷମ ବୃଦ୍ଧ ବ୍ୟକ୍ତି ଏସପି ଅଫିସ ସମୁଖରେ ନ୍ୟାୟ ପାଇଁ ଅନଶନ କରିବା ପୂର୍ବରୁ ତାଙ୍କୁ ଉଠାଇ ନେଇଛି ପୋଲିସ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମୁଖରେ । ଭଦ୍ରକ ଜିଲ୍ଲା ବନ୍ତ ଥାନା ପଧାନପଡ଼ା ଗ୍ରାମର କାର୍ତିକ ଚନ୍ଦ୍ର ଜେନା ନାମକ ଜଣେ ୭୬ ବର୍ଷ ବୟସ୍କ ଭିନ୍ନକ୍ଷମ ବୃଦ୍ଧ ବ୍ୟକ୍ତିଙ୍କ ନାମରେ କୌଣସି ମାମଲା ନ ଥିବା ବେଳେ ବନ୍ତ ଥାନାର ଜଣେ ASI ତାଙ୍କୁ ଗତ ମାସ ୨୩ ତାରିଖରେ ୱାରେଣ୍ଟ ଥିବା ଦର୍ଶାଇ ବୃଦ୍ଧଙ୍କ ଘରେ ରେଡ କରି ଥାନାକୁ ଉଠାଇ ଆଣିଥିଲେ । ପରେ ଥାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ପରେ ଭୁଲରେ ଉଠାଇ ଆଣିଥିବା ଦର୍ଶାଇ ଛାଡି ଦେଇଥିଲେ ।

old man new

ତେବେ ବୃଦ୍ଧ ଜଣଙ୍କ ପୋଲିସର ମାତ୍ରାଧିକ କାର୍ଯ୍ୟରେ ଅତିଷ୍ଟ ହେବା ସହିତ ତାଙ୍କ ସମ୍ମାନ ହାନି ହୋଇଥିବା ଦର୍ଶାଇ ନ୍ୟାୟ ପାଇଁ ବନ୍ତ ଥାନା ଅଧିକାରୀ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ କେହି ଏପର୍ଯ୍ୟନ୍ତ ତାଙ୍କ ଗୁହାରି ନ ଶୁଣିବାରୁ ବାଧ୍ୟ ହୋଇ ବୃଦ୍ଧ ଜଣଙ୍କ ଭଦ୍ରକ ଏସପିଙ୍କ ଅଫିସ ସମୁଖରେ ଅନଶନ କରିବାକୁ ଆସିଥିଲେ ଓ ତାଙ୍କ ସହିତ ଭିନ୍ନକ୍ଷମ ମଞ୍ଚ କର୍ମକର୍ତା ମାନେ ମଧ୍ୟ ଆସିଥିଲେ । ହେଲେ ଭଦ୍ରକ ଟାଉନ ପୋଲିସ ଏହା ଜାଣି ତୁରନ୍ତ ସେଠାରୁ ତାଙ୍କୁ ଉଠାଇ ଆଣିଛି ଓ ଥାନାରେ ରଖି ବୃଦ୍ଧ ଜଣଙ୍କୁ ବୁଝାଇବା ଜାରିରଖିଛି । ତେବେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ବୃଦ୍ଧ ଜଣଙ୍କ ନିବେଦନ କରିଛନ୍ତି ।

Leave A Reply

Your email address will not be published.