ରାଜ୍ୟ

ଟେମ୍ପଲ ସିଟିରୁ ସ୍ମାର୍ଟ ସିଟି, ୭୬ ବର୍ଷରେ ପାଦ ଥାପିଛି ରାଜଧାନୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୬ ବର୍ଷରେ ପାଦ ଥାପିଛି ରାଜଧାନୀ । ସମୟ ସହିତ ତାଳଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର କଳେବର। ରାଜଧାନୀର ଜନସଂଖ୍ୟା ବୃଦ୍ଧି ସହ ବିକାଶ ମଧ୍ୟ ଆଗେଇ ଚାଲିଛି । ଖାସ୍‌ ସେଥିପାଇଁ ଇତିମଧ୍ୟରେ ଦେଶର ଏକ ନମ୍ବର ସ୍ମାର୍ଟସିଟି ମାନ୍ୟତା ପାଇବା ସହ ଦ୍ବିତୀୟ ବାସୋପଯୋଗୀ ସହର ଭାବେ ଏହା ଖ୍ୟାତି ଲାଭ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି। ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହି ୭୬ ବର୍ଷ ମଧ୍ୟରେ ।

ଭୁବନେଶ୍ୱର ଓଡ଼ିଶାର ରାଜଧାନୀ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ମନ୍ଦିର ମାଳିନୀ ଭୁବନେଶ୍ବରର ଇତିହାସ ୩ହଜାର ବର୍ଷ ପୁରୁଣା। ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।

ତେବେ ଆଧୁନିକ ଭୁବନେଶ୍ବରର ଜନ୍ମ ୧୩ ଏପ୍ରିଲ୍‌ ୧୯୪୮ ମସିହାରେ। ଏହି ଦିନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍‌ ନେହେରୁ ଓଡ଼ିଶାର ନୂଆ ରାଜଧାନୀ ଭାବେ ଏହାର ଶିଳାନ୍ୟାସ କରିଥିଲେ। ପ୍ରସିଦ୍ଧ ଜର୍ମାନ୍ ସ୍ଥପତି ଓଟୋ କନିଗ୍ସବର୍ଗର ରାଜଧାନୀ ଭୁବନେଶ୍ବରର ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ନୂଆ ରାଜଧାନୀର ନକ୍ସା ତିଆରି ହୋଇଥିଲା। ମୋଟ୍ ବସତି ଅଞ୍ଚଳକୁ ଛଅଟି ୟୁନିଟ୍ ଏବଂ ପନ୍ଦର ଶହ କୋଠାବାଡ଼ି ନିର୍ମାଣ ପାଇଁ ଯୋଜନା କରାଯାଇଥିଲା।

ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀ ସଜେଇ ହୋଇଛି। ବିଧାନସଭା, ଲୋକସେବା ଭବନ, କମଶନରେଟ୍ ବିଲଡିଂ ସମେତ ରାସ୍ତାଘାଟ ରଙ୍ଗୀନ ଆଲୋକରେ ଝଲସୁଛି। ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି l ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି।

Barsha

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago