କିଟ୍ ଓ କିସ୍ ବିଶ୍ଵବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ, ଅଭିବାଦନ ଗ୍ରହଣ କଲେ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : କିଟ୍ ଓ କିସ୍ ବିଶ୍ଵବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଅନ୍ତର୍ଜାତୀୟ ଭଲିବଲ ସଂଘ ଏଫଆଇଭିବିର ସଭାପତି ଫାବିଓ ଆଜେଭେଦୋ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ପରେଡରେ ଅଭିବାଦନ ଗ୍ରହଣ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଲେ, ପ୍ରତିବର୍ଷ କିଟ୍ ଓ କିସରେ ସାଧାରଣତନ୍ତ୍ର ଦିବସ ଅତି ଆଡ଼ମ୍ବରରେ ପାଳିତ ହୋଇଥାଏ ।

kiit1

ପ୍ରତିବର୍ଷ ଜଣେ ବିଦେଶ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ଚଳିତ ବର୍ଷ ଫାବିଓ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଗୁରୁତ୍ଵ ବୃଦ୍ଧି କରିଛନ୍ତି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଫାବିଓ କହିଲେ, ଏକତା ହେଉଛି ରାଷ୍ଟ୍ରର ବଳ । ସମସ୍ତଙ୍କ ମଧ୍ୟରେ ଏକତା ରହିଲେ ଦେଶ ଆଗକୁ ବଢ଼ିପାରିବ ।

 

kiit3

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସୋସାଇଟିର ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର.ଏନ ଦାଶ, କିଟ ବିଶ୍ବବିଦ୍ୟାଳୟ କୁଳାଧିପତି ଅଶୋକ ପରିଜା, ଉପକୁଳାଧିପତି ଡକ୍ଟର ସୁବ୍ରତ ଆଚାର୍ଯ୍ୟ ଯୋଗଦେଇଥିଲେ । ଏହାସହ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ଡକ୍ଟର ସିବିକେ ମହାନ୍ତି, ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍ ବିଶ୍ବବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ବର ଗାଲା, କୁଳପତି ଦୀପକ ବେହେରା, କୁଳସଚିବ ଡକ୍ଟର ପି କେ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ପଦ୍ମଶ୍ରୀ ପାଇଁ ନାମ ଘୋଷଣା କରାଯାଇଥିବା କିଟ୍ ସ୍କୁଲ ଅଫ୍ ଫାଇନ ଆର୍ଟର ନିର୍ଦ୍ଦେଶକ ଅଦ୍ଵେତ ଗଡ଼ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କିଟ୍, କିସ୍ ଓ କିମସର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ କିଟ୍ ଓ କିସ୍ ର ବିଭିନ୍ନ ସ୍କୁଲ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

You might also like