ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳିତ, ନବୀନ ପଟ୍ଟନାୟକ କଲେ ପତାକା ଉତ୍ତୋଳନ

ଭୁବନେଶ୍ୱର  :ଶଙ୍ଖଭବନରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦେଶ ତଥା ରାଜ୍ୟ ର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ୱ ମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତି ଓ କିରଣ ବାଳା ମହାନ୍ତିଙ୍କ କନ୍ୟା ସୁମିତ୍ରା ଜେନା, ଧାମନଗରର ବିଶିଷ୍ଟ ସଂଗ୍ରାମୀ ମୁରଲୀଧର ଜେନାଙ୍କ ବୋହୂ ମମତା ଜେନା । ବିଶିଷ୍ଟ ସଂଗ୍ରାମୀ ନୀଳମଣି ସାମଲ ଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲ , ବେଗୁନିଆ ଗାନ୍ଧୀ ନୀଳକଣ୍ଠ ମିଶ୍ରଙ୍କ ପୁତ୍ର ଶିବନାରାୟଣ ମିଶ୍ର, ଭଦ୍ରକ ତାଳପଡାର ବିଶିଷ୍ଟ ସଂଗ୍ରାମୀ କୃପାସିନ୍ଧୁ ଦାଶ ଙ୍କ ନାତୁଣୀ କିରଣ ବାଳା ଦାଶ,ଏରସମା ର ବିଶିଷ୍ଟ ସଂଗ୍ରାମୀ ଭୀମଚରଣ ଦାସ ଙ୍କ ପୁତ୍ର ଶିବବ୍ରତ ଦାସ ଭୁବନେଶ୍ୱର ଲକ୍ଷ୍ମୀସାଗରର ବିଶିଷ୍ଟ ସଂଗ୍ରାମୀ ଝୁଲ ଲେଙ୍କାଙ୍କ ପୁତ୍ର ବିଜୟ ଲେଙ୍କା,ବଡ଼ଚଣା ର ବିଶିଷ୍ଟ ସଂଗ୍ରାମୀ ଭିକାରୀ ଚରଣ ମହାନ୍ତିଙ୍କ ପୁତ୍ର ପ୍ରମେଶ ମହାନ୍ତି ଏବଂ ବିଶିଷ୍ଟ ସଂଗ୍ରାମୀ ହରି ବାରିକ ଙ୍କ ପୁଅ ହିମାଂଶୁ ବାରିକ । ଏହାପରେ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍କୁଲ ପିଲା ମାନଙ୍କ ଗହଣରେ ପତାକା ଉତ୍ତୋଳନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like