୭୮ତମ ସ୍ବାଧୀନତା ଦିବସ, ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରଥମ ଥର ପତାକା ଉତ୍ତୋଳନ କରିବେ ମୋହନ ମାଝୀ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ସୁରକ୍ଷା କଡ଼ାକଡ଼ି । ସକାଳ ୯ଟାରେ ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଚଳିତ ବର୍ଷ ପରେଡ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ସୁରକ୍ଷା କଡ଼ାକଡ଼ି ।

ସକାଳ ୯ଟାରେ ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିନଜେରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିନଜେଣ୍ଟକୁ ମିଶାଇ ପ୍ରାୟ ୫୮ ଟି କଣ୍ଟିନଜେଣ୍ଟ ଅଂଶଗ୍ରହଣ କରିଛନ୍ତି। ପରେଡକୁ କମାଣ୍ଡ କରିବେ ଆଇପିଏସ ଅମ୍ରିତ ପାଲ୍ କର । ଚଳିତ ବର୍ଷ ଇଣ୍ଡୋ ତିବ୍ବତୀୟ ବର୍ଡର ପୋଲିସ ଓ ଛତିଶଗଡ଼ ଷ୍ଟେଟ ଆର୍ମଡ୍ ପୋଲିସ ଯୋଗ ଦେଇଛନ୍ତି ।

ସେହିପରି ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସଏଫ୍, ଟ୍ରାଫିକ୍, ବିଏଏସଏଫ୍, ଅଗ୍ନିଶମ ବାହିନୀ, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ଯୋଗ ଦେବା ନେଇ ସୂଚନା ରହିଛି । ଚଳିତବର୍ଷ ପରେଡ଼ରେ ଆକର୍ଷଣ ସାଜିବ ଘୋଡା । ସେପଟେ ମାଓ ଅଧୁଷିତ ଜିଲ୍ଲାକୁ ମଧ୍ୟ ଆଲର୍ଟରେ ରଖାଯାଇଛି ।

You might also like