ମାଲକାନଗିରିରେ ବ୍ୟାପୁଛି ଝାଡ଼ାବାନ୍ତି, ୭ ଆକ୍ରାନ୍ତ; ୪ ଗୁରୁତର

ମାଲକାନଗିରି: ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ।  ଏଥିରେ ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ଝାଡ଼ାବାନ୍ତି ବ୍ୟାପିକାର କାରଣ ଜଣାପଡ଼ି ନଥିବା ବେଳେ ନଳକୂପ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ଗତକାଲି କୋପ୍ରା ଗାଁରେ କିଛି ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା ।  ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିନଥିଲା ।  ପରେ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଜି ଗାଁକୁ ମେଡିକାଲ ଟିମ୍‌ ଯାଇ ଲୋକମାନଙ୍କ ସ୍ୱା଼ସ୍ଥ୍ୟାବସ୍ଥା ଯାଞ୍ଚ କରିବାର ସୂଚନା ରହିଛି ।  ଏଥିସହ ପାଣିର ନମୂନା ପରୀକ୍ଷା ପାଇଁ ଆଣିପାରନ୍ତି ।

ଅନ୍ୟପଟେ ବର୍ଷାଦିନେ ଡେଙ୍ଗୁ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କଟକ ମହାନଗର ନିଗମ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଡେଙ୍ଗୁ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ସିଏମସି ପକ୍ଷରୁ ଏକ ସଚେତନତା ଗାଡି ବାହାର କରାଯାଇଛି । କୌଣସି ସ୍ଥାନରେ ପାଣି ଜମିବାକୁ ନଦେବା ସହ ଶୋଇବା ସମୟରେ ମଶାରୀ ବ୍ୟବହାର କରିବାକୁ ଲୋକଙ୍କୁ ଏହା ଦ୍ବାରା ପରାମର୍ଶ ଦିଆଯାଉଛି ।

 

 

You might also like