ପୁଣି ମାତିଲେ ସାଇବର ଲୁଟେରା: OCAC ମୁଖ୍ୟଙ୍କ ନାଁରେ ଠକେଇ, ହ୍ଵାଟ୍‌ସ ଆପ୍‌ ହ୍ୟାକ୍‌ କରି ଲୁଟିନେଲେ ୭ ଲକ୍ଷ ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ପୁଣି ମାତିଲେ ସାଇବର ଲୁଟେରା। OCAC ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ନାଁରେ ଠକେଇ। ହ୍ଵାଟ୍‌ସ ଆପ୍‌ ହ୍ୟାକ୍‌ କରି ଲୁଟିନେଲେ ୭ ଲକ୍ଷ ଟଙ୍କା । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଓକାକ ସିଇଓ ତଥା E&IT ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକ ହ୍ୟାକରଙ୍କ ଶୀକାର ହୋଇଥିଲେ।

ମନୋଜଙ୍କ ହ୍ଵାଟ୍‌ସ ଆପ୍‌ ନମ୍ବର ହ୍ୟାକ୍‌ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗିଲେ ହ୍ୟାକର। ସହିଦନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.