କିଟରେ ଭର୍ଚୁଆଲ୍‌ ମୋଡରେ ଅନୁଷ୍ଠିତ ହେଲା ୭ମ ଅନ୍ତର୍ଜାତୀୟ ଯୋଗ ଦିବସ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍‌ ପକ୍ଷରୁ ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ। ଚଳିତ ବର୍ଷ ‘ସୁସ୍ଥ ଜୀବନ ପାଇଁ ଯୋଗ’ ବିଷୟରେ ଯୋଗ ଭର୍ଚୁଆଲ୍‌ ମୋଡରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସର କ୍ରୀଡ଼ା ନିର୍ଦ୍ଦେଶକ ଡ ଗଗନେନ୍ଦୁ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ବାର୍ତ୍ତା ପାଠ କରାଯାଇଥିଲା। ଡ. ସାମନ୍ତ କହିଥିଲେ, ଯୋଗ ହେଉଛି ଭାରତର ପ୍ରାଚୀନ ପରମ୍ପରା ଏବଂ ଏହା ହେଉଛି ବିଶ୍ୱକୁ ଭାରତର ଶ୍ରେଷ୍ଠ ଦାନ। ନିଜକୁ ସୁସ୍ଥ ରଖିବା ପାଇଁ ଆମେ ସମସ୍ତେ ନିୟମିତ ଭାବେ ଯୋଗାଭ୍ୟାସ ନିମନ୍ତେ ଶପଥ ନେବାକୁ ସେ ଆହ୍ଵାନ ଦେଇଥିଲେ।

 ଆଜି ସମଗ୍ର ବିଶ୍ୱରେ ଯୋଗର ଚାହିଦା ବଢିଛି। ଯୋଗ ଆମ ଶରୀର ପାଇଁ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରିଥାଏ। ବିଶେଷକରି କରୋନା ମହାମାରୀ ଭଳି ଚାପଗ୍ରସ୍ତ ଓ ପରୀକ୍ଷଣ ସମୟରେ ଯୋଗ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରିଥାଏ ବୋଲି ସେ କହିଥିଲେ।

kiit3

ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଓ କିସ୍‌ର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଆମ ଶରୀର ପାଇଁ ଯୋଗାଭ୍ୟାସ ଉପାଦେୟତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଭର୍ଚୁଆଲରେ କିଟ୍‌ ଓ କିସ୍‌ର ଯୋଗ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କିଟ୍‌ ଓ କିସ୍‌ କର୍ମଚାରୀ କେତେକ ସ୍ୱତନ୍ତ୍ର ଯୋଗାଭ୍ୟାସ କରିଥିଲେ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.