ରାଜ୍ୟ

ଉପକୂଳରୁ ପଶ୍ଚିମ ଯାଏଁ ତାତିରୁ ତ୍ରାହି ନାହିଁ, ରାଜ୍ୟରେ ଅଂଶୁଘାତରେ ୮ ଅସୁସ୍ଥ

ଭୁବନେଶ୍ୱର (କେନ୍ୟୁଜ): ଆହୁରି ତାତିବ ଓଡିଶା । ଉପକୂଳରୁ ପଶ୍ଚିମ, ଯାଏଁ ତାତିରୁ ତ୍ରାହି ମିଳିବନି । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି । ଏଥିମଧ୍ୟରେ ୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଅନୁଗୁଳରେ ସର୍ବାଧିକ ୫ ଜଣ, ମୟୁରଭଞ୍ଜରୁ ୧, ସୁନ୍ଦରଗଡ଼ରୁ ୧ ଏବଂ ଭୁବନେଶ୍ୱରରୁ ଜଣେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ ।

ସେହିପରି ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ପାରଦ ୩୭.୪ ଛୁଇଁଛି। ସାମୁଦ୍ରିକ ପବନର ବୃଦ୍ଧି ଯୋଗୁ ଗତକାଲି ତୁଳନାରେ ଆଜି ଭୁବନେଶ୍ବରରେ ତାତି କମିଛି । ସାଢ଼େ ୧୧ ସୁଦ୍ଧା ଗତକାଲି ତୁଳନାରେ ୩୬.୨ ଡିଗ୍ରୀ କମିଛି ତାତି ।

ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର କିଛି ସ୍ଥାନରେ ହିଟ୍ ୱେଭ୍ ଜାରି ରହିବ । ୧୧ଟି ଜିଲ୍ଲାକୁ ଗ୍ରୀଷ୍ମପ୍ରଭାବ ନେଇ ୱାଣ୍ଣିଂ ଜାରି ହୋଇଛି । କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ,ବଲାଙ୍ଗିରକୁ ଜାରି ହୋଇଛି ୱାର୍ଣ୍ଣିଂ। ଏପଟେ ୮ଟି ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Barsha

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

10 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

21 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

49 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 hours ago