ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ଘଡଘଡି ହୋଇଥିଲା । ଗ୍ରାମ ରେ ଏକ ଗଛ ମୂଳେ ରେ ଆଠ ଗାଈ ଗୋରୁ ଆଶ୍ରୟ ନେଇଥିବା ବେଳେ ଗଛ ଭାଙ୍ଗି ଗାଈଗୋରୁ ମାନଙ୍କ ଉପରେ ପଡିଥିଲା । ଯାହା ଫଳରେ ଆଠ ଗୋରୁ ଗାଈ ଙ୍କର ମୃତ୍ୟୁ ଘଟିଥିଲା। କୈଳାସ ମୁଲି , ସୁରି ପାତ୍ର ଏବଂ ଜାଟିଆ ନାୟକଙ୍କ ଗାଈ ଗୋରୁ ବୋଲି ଜଣା ପଡିଛି । ତେବେ ଗାଈ ଗୋରୁଙ୍କ ମାଲିକ ଗରିବ ହେଇଥିବା ହେତୁ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି ।