ନବଙ୍କ ମୃତ୍ୟୁକୁ ପୁରିଲା ୮ ଦିନ, ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ୍ ଗଲେ ପୁଅ ବିଶାଲ

ଝାରସୁଗୁଡ଼ା (କେନ୍ୟୁଜ): ଆହ୍ଲାବାଦ ଗଲା ନବ ଦାସଙ୍କ ଅସ୍ଥି । ବାପାଙ୍କ ଅସ୍ଥି ନେଇ ଗଲେ ପୁଅ ବିଶାଲ । ଝାରସୁଗୁଡ଼ା ବିମାନବନ୍ଦରରୁ ଗଲେ ପୁଅ ବିଶାଲ । ଗତ ରବିବାର ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ ଦାସ । ପୁଅ ବିଶାଲଙ୍କ ସହ ତାଙ୍କ ସମ୍ପର୍କୀୟ ମଧ୍ୟ ଆହ୍ଲାବାଦ ଯାଇଛନ୍ତି । ସେଠାରୁ ଫେରିବା ପରେ ଦଶାହ କାର୍ଯ୍ୟ ଝରସୁଗୁଡାଠାରେ ସମ୍ପନ୍ନ ହେବ ।

ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମନ୍ତ୍ରୀ ବ୍ରଜରାଜନଗର ଯାଉଥିବା ସମୟରେ ଗାନ୍ଧି ଛକଠାରେ ମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ନବଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲା । ତେବେ ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ ଏହାରି ଭିତରେ ନବଙ୍କ ମୃତ୍ୟୁକୁ ୮ ଦିନ ପୁରିଛି । ରିତିନୀତି ଅନୁସାରେ ପୁଅ ବିଶାଲ ଦାସ ଓ ୩ ଜଣ ସମ୍ପର୍କୀୟ ନବଙ୍କ ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ ଯାଇଛନ୍ତି ।

Leave A Reply

Your email address will not be published.