ରାଜ୍ଯରେ ପ୍ରବଳ ବର୍ଷା: ୮ ଜିଲ୍ଲାକୁ ରେଡ଼୍ ୱାର୍ଣ୍ଣିଂ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଡିପ୍ରେସନ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଗଞ୍ଜାମ ଓ ଗଜପତି । ସେହିପରି ୭ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।  ଯଥାସମ୍ଭବ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ବାହାରେ ପାଗ ଅନ୍ଧାରିଆ ରହିଥିବା ଯେୋଗୁଁ ରାସ୍ତା ଦେଖାଯିବ ନାହିଁ।

ଏହି ଜିଲ୍ଲା ଗୁଡିକର ତଳିଆ ଅଂଚଳରେ ପାଣିଜମିବା ସହ ଚାଷ ଜମିଗୁଡିକ ଜଳମଗ୍ନ ହେବାର ଆଶଙ୍କା ରହିଛି । ଯେବେକି ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଯାଜପୁର ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜରି କରାଯାଇଛି ।  ପାଖାପାଖି ୧୨ ରୁ ୨୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ୨ ଦିନ ପର୍ଯନ୍ତ ଏହାର ପ୍ରଭାବ ରହିବା ସହ ୧୪ ତାରିଖ ପର୍ଯନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ପୁରୀରେ ସର୍ବାଧିକ ୩୪୧ ମିିମି ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.