ରାଜନଗର ଭେକ୍ଟାକୋଲା ଗାଁ ପୋଖରୀରୁ ୮ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର
ରାଜନଗର(କେନ୍ଯୁଜ୍): ପୋଖରୀରେ ୮ଫୁଟର କୁମ୍ଭୀର। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭେକ୍ଟାକୋଲା ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। ୮ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର କଲା ବନବିଭାଗ।
ମନ୍ମଥ ରାଏଙ୍କ ପୋଖରୀରୁ କୁମ୍ଭୀରକୁ ଉଦ୍ଧାର କରିଛି ରାଜନଗର ବନବିଭାଗ। ପୋଖରୀରେ ବତକ ଖାଇବାକୁ ଭିତରକନିକା ନଦୀରୁ କୁମ୍ଭୀର ଆସିଥିବା ଅନୁମାନ କରାଯାଇଛି।
ପୋଖରୀକୁ ଲମ୍ଫ ମାରିବା ବେଳେ ଗ୍ରାମବାସୀ ଏହାକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ କୁମ୍ଭୀରକୁ ଉଦ୍ଧାର କରି ଗୁପ୍ତି ବାଉଁଶଗଡ଼ ନଦୀରେ ଛାଡିଛନ୍ତି।