ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ୮ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା । ବ୍ଲାଷ୍ଟ ଫର୍ନେସ -୫ରେ ମେଣ୍ଟେନାନ୍ସ କାମ ଚାଲୁଥିବା ବେଳେ ୭ ଜଣ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ମେଣ୍ଟେନାନ୍ସ କାମ ଚାଲୁଥିବା ବେଳେ ହଠାତ୍ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ମେଣ୍ଟେନାନ୍ସ କାମ କରୁଥିବା କର୍ମଚାରୀମାନେ ଆହତ ହୋଇଥିଲେ । ଏବେ ଆହତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସମସ୍ତ ଆହତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ସୂଚନା ।