୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି, ୩ ଆଇପିଏସ ଅଫିସରଙ୍କୁ ଡିଆଇଜି ପାହ୍ୟା

ଭୁବନେଶ୍ୱର : ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି । ୩ ଆଇପିଏସ ଅଫିସରଙ୍କୁ ମିଳିଲା ଡିଆଇଜି ପାହ୍ୟା । ପିନାକ ମିଶ୍ର, ବି ଜୁଗଳ କିଶୋର ଓ ବାତ୍ତୁଲା ଗଙ୍ଗାଧରଙ୍କୁ DIG ପାହ୍ୟା ମିଳିଛି । ୩ ଆଇପିଏସ ଅଫିସର ଅଶ୍ବିନୀ କୁମାର, ସାର୍ଥକ ଷଡ଼ଙ୍ଗୀ ଓ ନିତି ଶେଖରଙ୍କୁ IG ପାହ୍ୟାକୁ ପଦୋନ୍ନତି ହୋଇଛି । IPS ଅଫିସର ୟତୀନ୍ଦ୍ର କୋୟଲଙ୍କୁ ADG ପାହ୍ୟାକୁ ପଦୋନ୍ନତି । କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରତୀକ ମହାନ୍ତିଙ୍କୁ ମଧ୍ୟ ADG ପାହ୍ୟାକୁ ପଦୋନ୍ନତି ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।