ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ୮ କେଜି ଗଞ୍ଜେଇ ଜବତ

ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୮ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ।

ଜଳେଶ୍ବର : ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୮ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ନିର୍ବାଚନ ପାଇଁ ଓଡିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ପୋଲିସର ଜୋରଦାର ଚେକିଂ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ୧୦ ଟି ନାକା ପଏଣ୍ଟ କରାଯାଇ ତୀକ୍ଷ୍ଣ ନଜର ରଖାଯାଇଛି । ଯାନବାହାନ ଗୁଡିକୁ କଡାକଡି ଚେକିଂ କରାଯାଉଛି ।

ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତ ସାହାବାଜିପୁର ନିକଟରେ ପୋଲିସ ଚେକିଂ କରିଛି । ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୮ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ଯ ୪୦ ହଜାର ଟଙ୍କା । ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଯୁବକ ଜଣକ ଭୁବନେଶ୍ବରରୁ ବସରେ ଗଞ୍ଜେଇ ନେଇ ପଶ୍ଚିମବଙ୍ଗକୁ ଯାଉଥିଲେ । ତା ନିକଟରୁ ଗଞ୍ଜେଇ ସମେତ ଗୋଟିଏ ମୋବାଇଲ ଏବଂ ତିନୋଟି ଏଟିଏମ କାର୍ଡ ଜବତ କରିଛି ପୋଲିସ । ଗିରଫ ଯୁବକଙ୍କ ଘର ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅଶାନ୍ତିପୁର ଥାନା ଅଞ୍ଚଳର ।

Leave A Reply

Your email address will not be published.