ତାମିଲନାଡୁରୁ ଉଦ୍ଧାର ହେଲେ ୮ ଦାଦନ ଶ୍ରମିକ, ସହାୟତାର ହାତ ବଢ଼ାଇଲା ସମ୍ବଲପୁର ଜିଲ୍ଲା ପ୍ରଶାସନ

ସମ୍ବଲପୁର(କେନ୍ୟୁଜ୍) : ସହାୟତାର ହାତ ବଢ଼ାଇଲା ସମ୍ବଲପୁର ଜିଲ୍ଲା ପ୍ରଶାସନ । ତାମିଲନାଡୁରୁ ଉଦ୍ଧାର ହେଲେ ୮ ଦାଦନ ଶ୍ରମିକ । କୁଚିଣ୍ଡା ବ୍ଲକ୍‌ ଗୋଛରା ଗାଁର ୮ ଶ୍ରମିକ ତାମିଲନାଡୁକୁ କାମ କରିବାକୁ ଯାଇଥିଲେ । ସେଠାରେ ନିର‌୍ୟାତିତ ହେଉଥିବା ନେଇ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ । ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏହାପରେ କୁଚିଣ୍ଡା ଉପଜିଲ୍ଲାପାଳ ଜିଲ୍ଲା ଶ୍ରମ ବିଭାଗକୁ ଜଣାଇବା ପରେ ଉଦ୍ଧାର ପାଇଁ ତତ୍ପରତା ପ୍ରକାଶ ପାଇଥିଲା । ଏନେଇ ତାମିଲନାଡୁର ଆନ୍ନା ପ୍ରଶାସନ ସଙ୍ଗେ ଯୋଗାଯୋଗ ପରେ ୮ ଜଣଙ୍କୁ ଉଦ୍ଧାର କରି ସମ୍ବଲପୁର ଅଣାଯାଇଥିଲା । ସପଟେ ଚାଲାଣକାରୀ ଦୁଇ ଦଲାଲଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।