ବାଲୁଗାଁ : ବାଣପୁର ପୋଲିସକୁ ମିଳିଲା ସଫଳତା । 4 ଲୁଟେରା ଗିରଫ । ଗତ 19 ତାରିଖ ମଙ୍ଗଳବାର ସନ୍ଧ୍ୟାରେ ବାଲୁଗାଁ ବାଇପାସ 16 ନମ୍ବର ଜାତୀୟ ରାଜପଥ ବାଣପୁର ଓଭରବ୍ରିଜ ଠାରେ ବନ୍ଧୁକ ମୁନରେ 8 ଲକ୍ଷ 30 ହଜାର ଲୁଟ ଘଟଣାରେ ଆଜି ବାଣପୁର ପୋଲିସକୁ ବଡ ସଫଳତା ମିଳିଛି । କିଛି ଦିନ ହେବ କ୍ରମାଗତ ଭାବେ ବାଲୁଗାଁ ଓ ବାଣପୁର ଅଞ୍ଚଳରେ ଲୁଟ, ଡକାୟତି ବଢୁଥିବା ବେଳେ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ପାଲଟିଥିଲା l
ଖୋର୍ଦ୍ଧା ଏସପି ଏହାକୁ ଗୁରୁତର ସହ ନେଇଥିଲେ ଏବଂ ଏସପିଙ୍କ ନିର୍ଦେଶକ୍ରମେ ବାଣପୁର ପୋଲିସ 3 ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା l ଆଉ ଚଢ଼ାଉ କରି ବିଭିନ୍ନ ବିଭିନ୍ନ ସ୍ଥାନରୁ 4 ଜଣ ଅଭିଯୁକ୍ତକୁ ବାଣପୁର ପୋଲିସ ଗିରଫ କରିଛି ।
ଅଭିଯୁକ୍ତଙ୍କ ପାଖରୁ ବ୍ୟବହୃତ ଗୋଟିଏ ବାଇକ, ଗୋଟିଏ ଟାଟା ଏସି ଗାଡି, ଦେଶୀ ବନ୍ଧୁକ 05 , ଜୀବନ୍ତ ଗୁଳି 09, ଭୁଜାଲି 02, ଛୁରୀ 01, ମୋବାଇଲ 04, ସହିତ 01 ଲକ୍ଷ 17 ହଜାର ନଗଦ ଟଙ୍କା ଓ ଗୋଟିଏ 6 ଲକ୍ଷ ଟଙ୍କାର ବ୍ୟାଙ୍କ ଚେକ ଜବତ କରିଛି ପୋଲିସ । ଏନେଇ ଖୋର୍ଦ୍ଧା ଅଡ଼ିଶୀନାଲ SP ସୁରେନ୍ଦ୍ର ନାଥ ମୁର୍ମୁ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାଲୁଗାଁ SDPO ଯୁଗଳ କୁମାର ମଲ୍ଲିକ, ବାଣପୁର IIC ରମେଶ ଚନ୍ଦ୍ର ଦେବତା ଉପସ୍ଥିତ ଥିଲେ ।