କୋଟିପତି ଖଣିବାବୁଙ୍କ ଫୁଲବାଣୀ ବାସଭବନରେ ଭିଜିଲାନ୍ସ, ୮ ଜଣିଆ ଟିମ୍ କରୁଛି ତଦନ୍ତ

କନ୍ଧମାଳ : କୋଟିପତି ଖଣିବାବୁଙ୍କ ଫୁଲବାଣୀ ବାସଭବନରେ ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଆଠ ଜଣିଆ ଟିମ ଦେବବ୍ରତ ମହାନ୍ତିଙ୍କୁ ନେଇ ଫୁଲବାଣୀ ନାରାୟଣ ସାହି ସ୍ଥିତ ଭଡା ଘରେ ପହଞ୍ଚି ତଦନ୍ତ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଦେବବ୍ରତ । ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରୁ ୪ କୋଟି ୨୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା । ଯାହା ଓଡ଼ିଶା ଭିଜିଲାନ୍ସ ଇତିହାସରେ ବଡ଼ ସଫଳତା । ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ଏହା ପରେ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ଦେବବ୍ରତ ମହାନ୍ତି ୨୦୦୪ ମସିହାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଜାନୁଆରୀରେ ଖଣି ବିଭାଗର କଟକ ସର୍କଲର ଡେପୁଟି ଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Also Read : ଏବେବି ଥମିନି ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟା ଘଟଣା, ଶୀଘ୍ର ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ପରିବାର ଲୋକ