ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି ପଡ଼ିଲା ୮ ମାସର ଶିଶୁକନ୍ୟା ମୃତ

ଭଦ୍ରକ(କେନ୍ୟୁଜ୍): ପୋଖରୀରେ ପଡି ୮ ମାସର ଶିଶୁ କନ୍ୟା ମୃତ। ମୃତ ଶିଶୁ କନ୍ୟା ଜଣକ ଭଦ୍ରକ ସହର ଉପକଣ୍ଠ ଉପର ବାଗୁରାଇ ଅଞ୍ଚଳର ହୋଇଥିବା ସୂଚନା। ଭଦ୍ରକ ଉପର ବାଗୁରାଇ ସ୍ଥିତ ଫିସରୀ ବନ୍ଧ ଉପରେ ଶିଶୁଟି ଆଜି ସକାଳେ ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି ପଡ଼ିଥିଲେ।

ସ୍ଥାନୀୟ ଲୋକ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ।  ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।  ସକାଳ ସମୟରେ ଏଭଳି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.