ରାଜ୍ୟ

ସାମାନ୍ୟ ଅସାବଧାନତା ହେଲା କାଳ, ଟ୍ରାକ୍ଟର ତଳକୁ ଖସି ୮ ମାସର ଶିଶୁପୁତ୍ରର ମୃତ୍ୟୁ

ଆନନ୍ଦପୁର (କେନ୍ୟୁଜ): ଟ୍ରାକ୍ଟର ଉପରୁ ତଳକୁ ଖସିପଡି ୮ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଆନନ୍ଦପୁର ଥାନା ପଇତାପାଣି ଗାଁରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଓସ୍ତପାଳ ଗାଁର ରାଜୁ ବିରୁଆ ତାଙ୍କ ପତ୍ନୀ ଓ ଶିଶୁପୁତ୍ର ସହିତ ମିଶି ରାକ୍ଷୀ ପର୍ବ ପାଳନ ପାଇଁ ଶ୍ୱଶୁର ଘର ପଇତାପାଣିକୁ ଆସିଥିଲେ । ଘର ନିକଟରେ ଠିଆ ହୋଇଥିବା ଟ୍ରାକ୍ଟର ଉପରେ ରାଜୁଙ୍କ ପତ୍ନୀ ଛୋଟ ଛୁଆକୁ ଧରି ଖେଳାଉଥିବା ସମୟରେ ଅସାବଧାନତା ବଶତଃ ଛୁଆଟି ତଳକୁ ଖସି ପଡିଥିଲା। ପରିବାର ଲୋକ ତାକୁ ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଛୁଆଟିକୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଆନନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

Barsha

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

9 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago