ଡାଇରିଆ ନେଉଛି ମୁଣ୍ଡ : ଝାଡାବାନ୍ତିରେ ଆକ୍ରାନ୍ତରେ ଗଲାଣି ୮ ଜୀବନ

ଆସିକା: ଡାଇରିଆ ନେଉଛି ଜୀବନ । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗଲାଣି ୮ ଜୀବନ । ଆସିକା ବ୍ଲକ କନ୍ଧସୁନ୍ଦରାପଲ୍ଲୀ ଗାଁରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆସିକା ଓ ବ୍ରହ୍ମପୁର ମେଡିକାଲରେ ୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଗାଁରେ ଗତ ମାସେ ହେବ ଓଭେର ହେଡ ଟ୍ୟାଙ୍କ ଖରାପ ହୋଇଯାଇଥିବାରୁ ଲୋକେ ପିଇବା ପାଣି ଅନ୍ୟତ୍ର ବ୍ୟବହାର କରୁଥିଲେ । ଦୂଷିତ ପାଣି ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଗାଁକୁ ଏକ ଡାକ୍ତରୀ ଟିମ୍ ଯାଇ ଲୋକଙ୍କ ଔେଷଧ ବଣ୍ଟନ କରିବା ସହ ପିଇବା ପାଣିର ନମୂନା ସଂଗ୍ରହ କରିଛନ୍ତି ।

ସେପଟେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗାଁରେ ମଧ୍ୟ ବ୍ୟାପିଛି ଡାଇରିଆ । ଝାଡାବାନ୍ତିରେ ୪ ଦିନରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଝାଡା ବାନ୍ତିରୁ ନିସ୍ତାର ପାଇଁ ଲୋକେ ଗୁଣିଗାରେଡି କରୁଥିବା ନଜରକୁ ଆସିଛି । ଏପରି ଲାଗି ରହିଲେ ପରିସ୍ଥିତି ଜଟିଳ ହେବବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନବ କିଶୋର ବେହେରା । ଏପଟେ ୩ଜଣଙ୍କ ମୃତ୍ୟୁ ଖବର ପାଇ ମେଡିକାଲ ଟିମ ଗାଁରେ ରହି ଚିକିତ୍ସା ଜାରି ରଖିଛନ୍ତି । ଏହାସହ ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା କହିଛନ୍ତି ଡକ୍ତରୀ ଟିମ୍ । ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ ବୋଲି କୁହାଯାଇଛି ।

You might also like